odisha

ଫେଲ୍ ମାରିଲା ମାଓବାଦୀଙ୍କ ଯୋଜନା !

Spread the love

ମାଲକାନଗିରି : ଫେଲ୍ ମାରିଲା ମାଓ ଯୋଜନା । ୩ ହାର୍ଡକୋର ମାଓବାଦୀ ସଫା ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା ।  ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ସୁରକ୍ଷାବାହିନୀ ।  ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଚିନ୍ତାଗୁଫା ଜଙ୍ଗଲରେ ଖଞ୍ଜିଥିଲେ IED ।  ତେବେ ଜିଲ୍ଲା ପୋଲିସ ଓ CRPF କୋବ୍ରା ଜବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଥିଲା ।  ଜଙ୍ଗଲରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ସରଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *