ହାତୀ ଆକ୍ରମଣରେ ବୃଦ୍ଧ ମୃତ !
ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ I ମୃତ ବୃଦ୍ଧ ହେଲେ ହିନ୍ଦୋଳ ବନାଞ୍ଚଳ ନୂଆଗାଁ ଗ୍ରାମର ସଂସାର ଗଡ଼ନାୟକ I ଗତକାଲି ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଗାଁ ମଣ୍ଡପରେ ବସିଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ହିନ୍ଦୋଳ ଅଞ୍ଚଳରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ନୂଆ ହୋଇନଥିବା ବେଳେ କେଉଁଦିନ ଏଭଳି ଦୁର୍ଦ୍ଦଶାରୁ ଲୋକଙ୍କୁ ତ୍ରାହି ମିଳିବ ତାହା ସମୟ କହିବ ।

