odisha

କେନ୍ଦୁଝର ସୁଆକାଠି ଆଦିବାସୀ ଅଞ୍ଚଳରେ ଅସହାୟ ଲୋକ ଙ୍କୁ କମ୍ବଳ ବଣ୍ଟନ

Spread the love

ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି | ଏହି ଶୀତକୁ ଆଖିରେ ରଖି କେନ୍ଦୁଝର ସୁଆକାଠି ଆଦିବାସୀ ଅଂଚଳରେ ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ଦ୍ୱାରା କମ୍ବଳ ବଣ୍ଟନ କରାଯାଇଛି |ଯେଉଁ ଅଂଚଳକୁ ଯାତାୟାତ ର କିଛି ସାହାର୍ଯ୍ୟ ପହଞ୍ଚି ପାରୁନାହିଁ ସେହି ସ୍ଥାନକୁ ଯାଇ ଅସହାୟ ଲୋକମାନଙ୍କୁ ନୂତନ ବର୍ଷ 2025 ଅବସରରେ ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ଦ୍ୱାରା 100 ଟି ପରିବାରକୁ କମ୍ବଳ ବଣ୍ଟନ କରାଯାଇଛି | ଯେଉଁଥିପାଇଁ ସେଠାକାର ଲୋକମାନେ ଖୁସି ହୋଇଥିବା ଦେଖିବାକୁ ମିଳିଛି |

ଶୀତ କୁ ଆଖିରେ ରଖି କେନ୍ଦୁଝର ସୁଆକାଠି ଆଦିବାସୀ ଅଞ୍ଚଳରେ ଅସହାୟ ଲୋକ ଙ୍କୁ କମ୍ବଳ ବାଣ୍ଟିବାର ଏକ ପ୍ରୟାସ ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ ଦ୍ୱାରା ସୁରୁଖୁରୁରେ ହୋଇଯାଇଛି | ଆଗକୁ ଓଡିଶାର ଅନ୍ୟ ଜିଲ୍ଲାରେ ସୂର୍ଯ୍ୟକ୍ଷେତ୍ର ଫାଉଂଡେସନ କେଉଁଭଳି ପହଙ୍ଚି ଅଧିକ ଲୋକଙ୍କୁ ସାହାଯ୍ୟ କରିପାରିବ ସେଥିପାଇଁ ଫାଉଂଡେସନ ର ଚେୟାରମ୍ୟାନ ଡ଼ ବିପିନ ବିହାରୀ ମିଶ୍ର ନିଜର ଅଭିଭାଷଣ ରେ ପ୍ରକାଶ କରିଛନ୍ତି |ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫାଉଂଡେସନର ସେକ୍ରେଟେରୀ ଡ଼ ସୁକାନ୍ତି ମିଶ୍ର ,ପ୍ରତିଷ୍ଠାତା କ୍ଷେତ୍ରବାସୀ ମିଶ୍ର ଓ ସୂର୍ଯ୍ୟମଣୀ ମିଶ୍ର , ଡ଼ ଜନାର୍ଦ୍ଧନ ଦାସ , ପ୍ରଫେସର ଶମ୍ଭୁନାଥ ଦାସ , ଓମସିର ରେସୋନାଲ ମ୍ୟାନେଜେର ଅନୁରାଗ ଓଝା ,ଚାରୁଲତା ପାଣିଗ୍ରାହୀ , କ୍ୟାପଟେନ ସେଲବୀ ମିଶ୍ର ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ |

 

 

 

 

 

Leave a Reply

Your email address will not be published. Required fields are marked *