ରାତି ଅଧରେ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ
ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ହୋଇଛି ଲୁଟ୍ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁର୍ତ୍ତ ବ୍ୟାଙ୍କ ର ଉପର ମହଲାରେ ଥିବା ଝରକାର ଲୂହା ଗ୍ରିଲକୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କର ଝରକା ଭଙ୍ଗା ଯାଇଥିବା ଦେଖି ବ୍ୟାଙ୍କର ମ୍ୟାନେଜର ଏବଂ ପୋଲିସ କୁ ଖବର ଦେଇ ଥିଲେ । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 5 ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟଙ୍କରେ ଚୋରି ହୋଇଥିଲା । ବାରମ୍ବାର ଚୋରି ହେଉଥିବାରୁ ପୋଲିସ ପେଟ୍ରୋଲିଂକୁ କଡାକଡି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
