odisha

ଯାଜପୁର ଝିଅ ମଧ୍ୟପ୍ରଦେଶରୁ ଉଦ୍ଧାର !

Spread the love

ଯାଜପୁରର ଝିଅ ମଧ୍ୟପ୍ରଦେଶରୁ ଉଦ୍ଧାର। ନାବାଳିକା କନ୍ୟା ସହ ଅଭିଯୁକ୍ତ ବରକୁ ମଧ୍ୟପ୍ରଦେଶରୁ ଉଠାଇ ଆଣିଲା ଯାଜପୁର କାଳିଆ ପାଣି ପୋଲିସ।

ନାବାଳିକା କନ୍ୟା ସହ ଅଭିଯୁକ୍ତ ବରକୁ ମଧ୍ୟପ୍ରଦେଶରୁ ଉଠାଇ ଆଣିଲା ଯାଜପୁର କାଳିଆ ପାଣି ପୋଲିସ। ଅଭିଯୁକ୍ତ ଥାନାରେ ଅଟକ। ଯାଜପୁରର ଝିଅ ମଧ୍ୟପ୍ରଦେଶରେ ବିକ୍ରି ହୋଇଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ଆସିଥିଲା ଯାଜପୁର ପୋଲିସ୍।

ଯାଜପୁର ଜିଲ୍ଲାର ୨ ଜଣିଆ ମହିଳା ରାକେଟ୍ ଷଡ଼ଯନ୍ତ୍ର କରି ଜଣେ ନାବାଳିକା କଲେଜ୍ ଛାତ୍ରୀଙ୍କୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକି ଦେଇଥିଲେ। ଘଟଣାର ପାଖାପାଖି ୨ ମାସ ପରେ କାଳିଆପାଣି ପୁଲିସ ମଧ୍ୟପ୍ରଦେଶରୁ ଏହି ନାବାଳିକା କନ୍ୟାଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି। ପୀଡ଼ିତା ନାବାଳିକାଙ୍କୁ ବେଆଇନ ଭାବେ କିଣି ବିବାହ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଉଠାଇ ଆଣି କାଳିଆପାଣି ଥାନାରେ ଅଟକ ରଖିଛି।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଛି। ଘଟଣାକୁ ନେଇ ଗତ ୧୨ ତାରିଖରେ କାଳିଆପାଣି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ମଧ୍ୟପ୍ରଦେଶର ସାଗର ଟାଉନ ଥାନା ଅଞ୍ଚଳରେ ଅଭିଯୁକ୍ତ ଓ ପରିବାର ରହୁଥିବା ନେଇ ସୂଚନା ମିଳିଥିଲା।ଗତ ୧୯ ତାରିଖ ସକାଳୁ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ କାଳିଆପାଣି ପୁଲିସ ପକ୍ଷରୁ ୫ ଜଣିଆ ସ୍ବତନ୍ତ୍ର ଟିମ୍ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲେ। ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ଅଟକ ଅଭିଯୁକ୍ତକୁ ପଚରାଉଚରା କରି କୋର୍ଟରେ ହାଜର କରାଯିବ ।

Leave a Reply

Your email address will not be published. Required fields are marked *