ଓଡ଼ିଆ ଫିଲ୍ମର ସୁପର୍ଷ୍ଟାର ଅନୁଭବ ମହାନ୍ତି ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ବିବାହ କରିଛନ୍ତି
ଓଡ଼ିଆ ଫିଲ୍ମର ସୁପର୍ଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଆଜି ତାଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ବିବାହ କରିଛନ୍ତି। ଆଜି ସଂଧ୍ୟାରେ ଉଭୟ ପରିବାରର ସଦସ୍ୟ ଓ କିଛି ନିକଟତମ ବନ୍ଧୁଙ୍କ ଗହଣରେ ଦିଲ୍ଲୀ ତେଜରାଜ ନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ସଂପନ୍ନ ହୋଇଛି ଏହି ବହୁ ଚର୍ଚ୍ଚିତ ବିବାହ। ବୈଦିକ ରୀତିନୀତି ସହିତ ଓଡ଼ିଆ ପରମ୍ପରା ଅନୁସାରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା।ବିବାହ ପରେ ପରେ ବରକନ୍ୟା ରିସେପ୍ସନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଓଡ଼ିଆ କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିଥିବା ବେଳେ ସଂସ୍କୃତି ନଗରୀ କଟକ ସହରରୁ ପୂଜାରୀମାନେ ଖାସ୍ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି କରିଥିଲେ। ରିସେପ୍ସନ୍ ଭୋଜିରେ ୭୬ ପ୍ରକାରର ସୁସ୍ବାଦୁ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ଏଥିରେ ସ୍ବତନ୍ତ୍ର ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ନବଦମ୍ପତିକୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଅଜୟ ପାଢ଼ୀ, ହିମାଦ୍ରୀ ତନୟା ଦାସ, ଜିତୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ ନବବିବାହିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।

