ଦେଶ ବିଦେଶ

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ଫେଙ୍ଗାଲ

Spread the love

ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ମୁହାଁଉଛି ବାତ୍ୟା । ଚେନ୍ନାଇ ଠାରୁ ୨୧୦ କିଲୋମିଟର ଦୂରରେ ଅଛି ।ଏହାର ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ତାମିଲନାଡ଼ୁ, ପୁଡ଼ୁଚେରୀ ଏବଂ ସଂଲଗ୍ନବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ଉପକୂଳକୁ ରେଡ ଆଲର୍ଟ ଜାରି ହୋଇଛି ।। ଅପରାହ୍ନରେ କଡ଼ାଇକାଲ ଓ ମହାବଳୀପୁରମ ମଧ୍ୟରେ ତାମିଲନାଡ଼ୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବାତ୍ୟା । ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବାତ୍ୟାକୁ ନେଇ ଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *