ଦେଶ ବିଦେଶ

ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Spread the love

ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ସିଡିଏସ୍‍ ଓ ଏୟାର ଚିଫ୍‍ ମାର୍ଶଲ, ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଏସଜି ଅଜିତ ଡୋଭା, ବୈଦେଶିକ ମନ୍ତ୍ରୀ ଏସ୍‍.ଜୟଶଙ୍କର ପ୍ରମୁଖ ଉପସ୍ଥିତ ରହିଛନ୍ତି । ଆଜି ଭାରତ-ପାକିସ୍ତାନ ଦୁଇ ଦେଶର ଡିଜିଏମଓ ସ୍ତରୀୟ ଆଲୋଚନା ହେଉଛି । ଆଗକୁ ଦୁଇ ଦେଶ ମଧ୍ୟରେ ସୀମାନ୍ତରେ ଶାନ୍ତି ବଜାୟ ରଖିବା ନେଇ କଥାବାର୍ତ୍ତା ହୋଇଛି । ଏହାପରେ ଅପରାହ୍ନରେ ଡିଜିଏମଓଙ୍କ ପ୍ରେସମିଟ୍‍ ରହିଛି । ଏହାପୂର୍ବରୁ ମୋଦୀଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଆଲୋଚନା କରାଯାଇଛି । ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମଓ ସ୍ତରୀୟ ବୈଠକରେ ହିଁ ଆଲୋଚନା କରାଯିବ । କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବେ ନାହିଁ କି ମଧ୍ୟସ୍ଥତା କରିବେ ନାହିଁ ।

Leave a Reply

Your email address will not be published. Required fields are marked *