ଦେଶ ବିଦେଶ

ଭାଇରାଲ ହେଉଛି ସୁନୀଲଙ୍କ ଠେଲା ଦୋକାନ!

Spread the love

କମେଡି ନାଇଟସର କମେଡିଆନ ସୁନୀଲ ଗ୍ରୋଭର ସବୁବେଳେ ଦର୍ଶକଙ୍କୁ ହସାଇବାରେ କିଛି ବି କସର ବାକି ରଖିନାହନ୍ତି। କିନ୍ତୁ ଶୋ’ରୁ ସେ ବାହାରିଯିବା ପରେ ଏବେ ପୁରା ନୂଆ ଅନ୍ଦାଜରେ। ସେ ଏକ ଠେଲା ଦୋକାନରେ ନଜର ଆସିଛନ୍ତି। ଦୋକାନରେ ଥାଇ ମକା ପୋଡ଼ୁଥିବା ନଜରକୁ ଆସିଛନ୍ତି। ସୁନୀଲ ତାଙ୍କ ଅନ୍ଦାଜରେ କହିଛନ୍ତି ବର୍ଷା ପାଗରେ କିଏ ମକା ପୋଡ଼ା ଖାଇବ ଆସ। ଶୀଘ୍ର ଆସ। ସୁନୀଲ ଏହି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ମୁଁ ଏବେ ନୂଆ ମିଶନରେ ଅଛି। ଆମେ ଆପଣଙ୍କୁ କହିଦେଉଛୁ କୌଣସି କାମରେ ଏବେ ତାଙ୍କୁ ଦେଖିବାକୁ ମିଳୁନି। ଆପଣ ତାଙ୍କ ନୂଆ ବେପାର କଥା ଶୁଣି ନିଶ୍ଚିତ ଚିନ୍ତାରେ ପଡ଼ିଯାଇଥିବେ ନା! କିନ୍ତୁ ଜମା ବ୍ୟସ୍ତ ହୁଅନ୍ତୁନି। କେବଳ ଫ୍ୟାନମାନଙ୍କୁ ଏଣ୍ଟରଟେନ କରିବାକୁ ସେ ଉକ୍ତ ଦୋକାନରେ ପୋଜ ଦେଉଛନ୍ତି। ତେବେ ଏହା ପୂର୍ବରୁ କ୍ଷୀର ବାଲା ଏବଂ ପରିବା ଦୋକାନରେ ପରିବା ବିକ୍ରି କରୁଥିବାର ନଜର ଆସିଥିଲେ। ସୁନୀଲଙ୍କ ଏହି ପୋଷ୍ଟରେ ଫ୍ୟାନମାନେ ଢେର ସାରା ଏଞ୍ଜୟ କରୁଛନ୍ତି। ଆଉ ତାଙ୍କୁ ଜଣେ ୟୁଜର୍ସ ଲେଖିଛନ୍ତି। କେବେ ଶୋକୁ ଫେରିବେ ଗୁଥି ଜୀ। ଆମେ ଆପଣଙ୍କୁ ମିସ କରୁଛୁ।

Leave a Reply

Your email address will not be published. Required fields are marked *