ରାଜ୍ୟ

“ଝୁମା ଝୁମା ଗୋଲାପୀ ବେଳାରେ” ର ସ୍ବନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଙ୍କ ପରଲୋକ

Spread the love

ଭଞ୍ଜପୁର ସ୍ଥିତ ବାସଭବନରେ ମଙ୍ଗଳବାର ତଥା ଆଜି ସକାଳେ ତାଙ୍କର ପରଲୋକ ହୋଇ ଯାଇଛି । ଏଥି ସହିତ ସବୁଦିନ ପାଇଁ ମୟୂରଭଞ୍ଜ ମାଟିରୁ ଏକ ସାରସ୍ୱତ କୁସୁମଟି ଝରି ପଡିଛି । ସବୁଦିନ ପାଇଁ ନିରବି ଯାଇଛି ତାଙ୍କ ଅମୃତ ଲେଖନୀର ସେଇ ମନଜିଣା ସ୍ପର୍ଶର ସ୍ପନ୍ଦନ |ଓଡ଼ିଆ ଚଳଚ୍ଚିତ୍ର ଅଭିଳାଷର ସେଇ ଅଭୁଲା ଗୀତ  ଝୁମା ଝୁମା ଗୋଲାପୀ ବେଳାରେ ହେଉ କି ଫୁଲ ଚନ୍ଦନ କଥା ଫିଲ୍ମର ମାଇଲ ଷ୍ଟୋନ ଗୀତ କହନା ଏ ଫୁଲ କହନା ହେଉ ଯାହା ଅଗଣିତ ଶବ୍ଦ ଓ ସଂଗୀତ ଶିଳ୍ପୀ ତଥା ତମାମ ଶ୍ରୋତାଙ୍କୁ ଦୀର୍ଘ ଦଶନ୍ଧି ଦଶନ୍ଧି ଆଛନ୍ନ କରି ରଖିଛି । ତାହା ଥିଲା ସ୍ବର୍ଗତଃ ସଂଗ୍ରାମ କେଶରୀ ମହାନ୍ତିଙ୍କ ସଫଳ ଶବ୍ଦ ସଂରଚନାର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ।୨୦୦୩ ମସିହାରେ ଆଦିବାସୀ ତଥା ମୟୁରଭଞ୍ଜ ର ପଲ୍ଲୀ ଗୀତ ଓ ଚିତ୍ର କଳା ପାଇଁ ଭାରତ ସରକାର ଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସିନିୟର ଫେଲୋସିପି ପାଇ ଗବେଷଣା କରିଥିଲେ । ତାଙ୍କର ଅନେକ ଗୀତିକବିତା ପୁସ୍ତକ ସହିତ ଅନୁବାଦ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଓ ପ୍ରଶଂସା ପାଇଛି । ଅନେକ ଅନୁଷ୍ଠାନ ପକ୍ଷରୁ ସେ ସଂବର୍ଦ୍ଧିତ ଓ ସମ୍ମାନିତ ହୋଇଥିବା ବେଳେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ୨୦୨୩ ମସିହାରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ସମ୍ନାନ ଜନକ ଡ଼କ୍ଟର ଉପାଧି ପ୍ରଦାନ କରା ଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

Leave a Reply

Your email address will not be published. Required fields are marked *