ରାଜ୍ୟ

ମାଲକାନଗିରିରେ ପାନୀୟ ଜଳର ଉତ୍କଟ ସମସ୍ୟା

Spread the love

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳବାସୀଙ୍କ ପାଇଁ ସରକାର ଗତ ୨୦୧୮-୧୯ ମସିହାରୁ ୨୦୨୩-୨୪ ମସିହା ପର୍ଯ୍ୟନ୍ତ ୧୩ଟି ବିଭାଗରେ ୩୬୩ କୋଟି ଟଂକା ଖର୍ଚ୍ଚ ନେଇ ଏଷ୍ଟିମେଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୧୬ କୋଟି ଟଂକା ଖର୍ଚ୍ଚ ହୋଇସାରିଲାଣି। କିନ୍ତୁ ଆଜି ବି ସ୍ବାଭିମାନ ଅଂଚଳବାସୀଙ୍କର ମୌଳିକ ସମସ୍ୟା ଦୂର ହୋଇପାରିଲା ନାହିଁ।ସ୍ବାଭିମାନ ଅଂଚଳବାସୀ ପାଣି ଘେରରେ ଥାଇ ମଧ୍ୟ ପାଣି ଟିକକ ପାଇଁ ଡହଳବିକଳ ହେଉଛନ୍ତି। ସରକାର ସ୍ବାଭିମାନ ଅଂଚଳର ଲୋକଙ୍କ ନିକଟରେ ପାନୀୟ ଜଳ ପହଞ୍ଚିବ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଆଉ କେତେ ବର୍ଷରେ କାମ ସରିବ ବୋଲି ପ୍ରଶ୍ନ କରାଯାଇଛି।

Leave a Reply

Your email address will not be published. Required fields are marked *