ରାଜ୍ୟ

ସିଙ୍ଗାପୁରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

Spread the love

ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନିଜ ଟିମ୍‌ ସହ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଜୁରଙ୍ଗ ପେଟ୍ରୋକେମିକାଲ୍‌ସ କମ୍ପ୍ଲେକ୍ସ ମଧ୍ୟ ପରିଦର୍ଶନ କରିଛନ୍ତି। ରାଜ୍ୟର ପେଟ୍ରୋକେମିକାଲ୍ସ, ରସାୟନ, ସହରାଞ୍ଚଳ ଗମନାଗମନ ଭିତ୍ତିଭୂମି ଓ ଲଜିଷ୍ଟିକ୍ସ କ୍ଷେତ୍ରର ବିକାଶ ଲାଗି ‌ସେ ସିଙ୍ଗାପୁରର ସହଯୋଗ ଲୋଡ଼ିଛନ୍ତି। ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ଶ୍ରୀ ୟଙ୍ଗ୍‌ଙ୍କୁ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଓ ବୋଇତ ବନ୍ଦାଣ ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅବଗତ କରିବା ସହ ସିଙ୍ଗାପୁରର କମ୍ପାନିଗୁଡ଼ିକୁ ଓଡ଼ିଶାରେ ଥିବା ସୁଯୋଗ ସନ୍ଧାନ କରିବାକୁ ଆମନ୍ତ୍ରଣ କରିଛନ୍ତି। ନିବେଶ କ୍ଷେତ୍ରରେ ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *