ଥରୁଛି ଉତ୍ତର ଭାରତ
ନୂଆବର୍ଷ ସନ୍ଧ୍ୟାରେ ଦେଶରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି। ଦିଲ୍ଲୀ ଏନ୍ସିଆର ସମେତ ସମଗ୍ର ଉତ୍ତର ଭାରତ ଜାଡ଼ରେ ଥରୁଛି। ପାର୍ବତ୍ୟାଞ୍ଚଳରେ ତୁଷାରପାତ ଜାରି ରହିଛି। ନୂଆଦିଲ୍ଲୀରେ ଲଗାତାର ଚତୁର୍ଥ ଦିନରେ ଆଜି ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀର କିଛି ଅଂଶରେ ଦୃଶ୍ୟମାନତା ଯଥେଷ୍ଟ କମିଛି। ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରି ସେଲସିୟସ ଥିବାବେଳେ ସର୍ବାଧିକ ୧୭ ଡିଗ୍ରି ସେଲସିୟସ ରହିଛି। ଇତିମଧ୍ୟରେ ଆଇଏମ୍ଡି ଆଜି ଉତ୍ତର ଏବଂ କେନ୍ଦ୍ରୀୟ ଭାରତ ପାଇଁ ଶୀତ ଲହରୀ ଓ ଘନ କୁହୁଡ଼ି ଆଲର୍ଟ ଜାରି କରିଛି। ପଂଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ ବୋଲି ଆଇଏମ୍ଡି ଆକଳନ କରିଛି।

