ଭାରତରେ ଶିକ୍ଷା ବ୍ୟବସ୍ଥାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି
ଶିକ୍ଷା କ୍ଷେତ୍ରରେ ସରକାରୀ ବ୍ୟୟ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୭୮ ପ୍ରତିଶତ ବୃଦ୍ଧି ପାଇଛି , କିନ୍ତୁ ଶିକ୍ଷାର ମାନ ବୃଦ୍ଧି ହୋଇପାରିନାହିଁ। ଭଲ ଶିକ୍ଷକ ଓ ଶ୍ରେଣୀ ଗୃହ କଥା ପଛକୁ ଥାଉ, ଶିକ୍ଷାର ମାନ ଏତେ ଖରାପ ଯେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ୫ଜଣରେ ଜଣେ ଛାତ୍ର ବା ଛାତ୍ରୀ ପାଠ୍ୟପୁସ୍ତକ ପଢ଼ିପାରୁନାହାନ୍ତି। ଦେଶର ପ୍ରାୟ ୪୫୦୦ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଶିକ୍ଷକ ନବମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇନାହାନ୍ତି| ସେମାନେ କୌଣସି ମତେ ଚାକିରି କରିଛନ୍ତି, କିନ୍ତୁ ପାଠ ପଢ଼ାଇପାରୁନାହାନ୍ତି।
ସରକାର ସେମାନଙ୍କୁ ଚାକିରି ଭିତରେ ତାଲିମ ପ୍ରଦାନ ବ୍ୟବସ୍ଥା କରିବାରେ ମଧ୍ୟ ବିଫଳ ହୋଇଛନ୍ତି। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନ୍ଫର୍ମେସନ୍ ସିଷ୍ଟମ୍ ଫର ଏଜୁକେଶନ୍ ପ୍ଲସ୍ (ୟୁଡିଆଇଏସ୍ଇ) ତଥ୍ୟ ଅନୁଯାୟୀ, ୨୦୨୨ ବର୍ଷରେ ମାତ୍ର ୧୫ ପ୍ରତିଶତ ଶିକ୍ଷକଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି; କିନ୍ତୁ ସେମାନେ ଆଶାନୁରୂପ ଦକ୍ଷତା ହାସଲ କରିପାରିନାହାନ୍ତି। ବିଶ୍ବବିଦ୍ୟାଳୟସ୍ତରରେ ମଧ୍ୟ ପରିସ୍ଥିତି ପ୍ରାୟ ସମାନ ବୋଲି ସୂଚନା ମିଳିଛି।ସେଥିପାଇଁ ଶିକ୍ଷମକମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଇପାରୁନଥିବା କହିଛନ୍ତି ଜାତିସଂଘ ଚିଲ୍ଡ୍ରେନ୍ସ ଫଣ୍ଡର ବିଶେଷଜ୍ଞ ଶେଷଗିରି କେ.ଏମ୍ ରାଓ।
