ସ୍ବିଡେନ୍ରେ ଏକ ସ୍କୁଲରେ ଗୁଳିକାଣ୍ଡ , ୧୦ ମୃତ
ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି। ଦିନ ଗୋଟାଏ ବେଳେ ସ୍କୁଲରେ ପଶି କିଛି ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ସେତେବେଳେ ସ୍କୁଲରେ ଛାତ୍ରଛାତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଗୁରୁତର ଆହତ ହୋଇଛନ୍ତି | ଆକ୍ରମଣ ପଛରେ ଉଦ୍ଦେଶ୍ୟ ଜଣା ପଡିନାହିଁ।

