ଦେଶ ବିଦେଶ

‘ନୀତିଶଙ୍କୁ ନହରାଇବା ଯାଏଁ ମୁହଁରୁ ମାସ୍କ କାଢିବିନାହିଁ’ ବାପାଙ୍କୁ ମୁଖାଗ୍ନି ଦେବା ପରେ ଏପରି କହିଲେ ପୁଷ୍ପମ ପ୍ରିୟା

Spread the love

ଯେବେ ଯାଏଁ ଜିତିନାହିଁ, ସେବେ ଯାଏଁ ମାସ୍କ କାଢିବିନାହିଁ । ଆଗାମୀ ନିର୍ବାଚନରେ ମୁଁ ନୀତିଶ କୁମାରଙ୍କୁ ହିଁ ହରାଇବି , ତାପରେ ଯାଇ ମୁହଁରେ ମାସ୍କ ପିନ୍ଧିବି । ଏମିତି କିଛି କହି ପ୍ରତିଜ୍ଞା ନେଇଛନ୍ତି ଜେଡିୟୁର ଦିଂବଗତ ସଦସ୍ୟ ବିନୋଦ କୁମାରଙ୍କ ଝିଅ । ଖବର ଅନୁଯାୟୀ, ରବିବାର ଦିନ ଜେଡିୟୁ ନେତା ତଥା ପୂର୍ବ ଏମ୍‌ଏଲ୍‌ସି ପ୍ରଫେସର ବିନୋଦ କୁମାରଙ୍କ ଦେହାନ୍ତ ହୋଇଯାଇଛି । ରବିବାର ଦିନ ନିଜ ବାସଭବନରେ ୬୮ ବୟସରେ ଆଖିବୁଜିଛନ୍ତି ବିନୋଦ ଚୌଧୁରୀ । ସେ ଜେଡିୟୁର ଜଣେ ସକ୍ରିୟ ସଦସ୍ୟ ଥିଲେ । ଏହାବ୍ୟତୀତ ବିନୋଦ କୁମାରଙ୍କ ଛୋଟ ଭାଇ ବିନୟ କୁମାର ଚୌଧୁରୀ ବିନିପୁର ଆସନରୁ ବିଧାୟକ ଅଛନ୍ତି । ବିନୋଦ କୁମାରଙ୍କ ବଡ଼ ଝିଅ ପୁଷ୍ପମ ପ୍ରିୟା ଚୌଧୁରୀ ଏକ ରାଜନୈତିକ ଦଳ ଚଳାଉଛନ୍ତି । ବିନୋଦଙ୍କ ଛୋଟ ଝିଅ ବର୍ତ୍ତମାନ ସୁଦ୍ଧା ରାଜନୀତିଠାରୁ ଦୂରରେ ଅଛନ୍ତି । ତେବେ ମୁଖାଗ୍ନି ଦେବା ପରେ ପୁଷ୍ପମ ପ୍ରିୟା କହିଛନ୍ତି ଯେ, ମୋ ବାପାଙ୍କର ନିଧନ ହୋଇଯାଇଛି । ସେ ଏବେ ଆଉ ଆମ ପାଖରେ ନାହାନ୍ତି । ଯେବେ ଯାଏଁ ମୁଁ ବଞ୍ଚିଛି, ସେବେ ଯାଏଁ ମୁଁ ମୋ ପିତାଙ୍କୁ ଜୀବିତ ରଖିବାକୁ ଚେଷ୍ଟା କରିବି । ଏହାବାଦ୍‌ ମୋ ସହିତ ଥିବା ଲୋକମାନଙ୍କୁ ମୁଁ ଏହି ପ୍ରତିଜ୍ଞା କରୁଛି ଯେ, ଯେବେ ଯାଏଁ ମୁଁ ନୀତିଶ କୁମାରଙ୍କୁ ନିର୍ବାଚନରେ ହରାଇବି ନାହିଁ , ସେବେ ଯାଏଁ ମୁଁ ମୋ ମୁହଁରୁ ମାସ୍କ କାଢିବାନାହିଁ । ପୁଷ୍ପମ ପ୍ରିୟା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କେବେବି ମୋ ବାପାଙ୍କ ପରି ହୋଇପାରିବିନାହିଁ । ତାଙ୍କ ପରି ଜଣେ ଭଲ ମଣିଷ ହେବା ବହୁତ କଷ୍ଟକର । ଆଜି ଯାହା କିଛି ବି ମୋ ଆମ ପାଖରେ ଅଛି । ତାହା ପିତାଙ୍କ ପରିଶ୍ରମର ଫଳ । ବିହାର ବିକାଶର ନୂଆ ଶିଖର ଛୁଇଁବ ବୋଲି ବାପା ଚାହୁଁଥିଲେ । ତେଣୁ ବାହାରୁ ଆସି ଲୋକ ଏଠାରେ ପରିବର୍ତ୍ତନ କରିପାରିବେନାହିଁ । ଆମକୁ ହିଁ ପରିବର୍ତ୍ତନ କରିବାକୁ ପଡିବ । ଏଥିପାଇଁ ସମସ୍ତ ପ୍ରତିଜ୍ଞାବଦ୍ଧ ହେବା ଉଚିତ୍‌ ।

Leave a Reply

Your email address will not be published. Required fields are marked *