ଆଜିର ରାଶିଫଳ
ମେଷ : ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ସକାଳୁ ମନଟା ବିଗିଡି ଯାଇପାରେ । କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ ମାତ୍ର ଘର ସାହସଜ୍ଜାରେ ସମୟ ଅତିବାହିତ କରି ପାରନ୍ତି । ବନ୍ଧୁଙ୍କଠାରୁ କାର୍ଯ୍ୟ ହାସଲ କରିବେ । ନିଜ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ହଇରାଣାରେ ପଡିପାରନ୍ତି ।
ବୃଷ : ଆଜି କର୍ମକ୍ଷେତ୍ରରେ ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ ମାତ୍ର ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବା ସହ ସହକର୍ମୀଙ୍କ କଥା ଅସହ୍ୟ ହେବ । ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ ।
ମିଥୁନ : ଆଜି ପାରିବାରିକ ଶାନ୍ତି, କର୍ମାରମ୍ଭ ପାଇଁ ଖୁରାକି ଯୋଗାଇ ପାରନ୍ତି। ପରିସ୍ଥିତକୁ ସାମନା କରିବାକୁ ଯାଇ ଉପସ୍ଥିତି ବୁଦ୍ଧି ଯୋଗୁଁ ବିପଦ ମୁକ୍ତ ହେବେ । ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବେ । ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ, ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ ।
କର୍କଟ : ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ । ଆର୍ଥିକ ପରିସ୍ଥିତିରେ ଉନ୍ନତି ସଙ୍ଗକୁ କର୍ମକ୍ଷେତ୍ରରେ ଖୁସିର ସହ କାମ କରିବେ । ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ମାନସିକ ଅସ୍ଥିରତା ସୃଷ୍ଟି କରିପାରେ । ପାରିବାରିକ ସମସ୍ୟାକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ ।
ସିଂହ : ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଯାନ୍ତ୍ରିକ ତ୍ରୁଟି ଜନିତ ଯାତ୍ରାରେ ବିଳମ୍ବ ଘଟିବାର ସୂଚନା ରହିଛି । ତଥାପି କର୍ମକ୍ଷେତ୍ରରେ ଦୁଃସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ନୂତନ ବସ୍ତ୍ର ଓ ଆଳଙ୍କାରିକ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି ।
କନ୍ୟା : କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ସ୍ବକୀୟ ଚେଷ୍ଟାବଳରେ ପରିବାର ଓ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ ।
ତୁଳା : ବିଭିନ୍ନ ପ୍ରକାରର ଦୁର୍ଭାବନାରେ ମନ ବିଚଳିତ ରହିବ । ମାତ୍ର, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ଛୋଟ ମୋଟ ସମସ୍ୟାକୁ ନେଇ ବିଶେଷ ବ୍ୟସ୍ତ ହୋଇ ପାରନ୍ତି ।
ବିଛା : ଯେଉଁ କାମରେ ମନଦେବେ ସଫଳତା ନିଶ୍ଚିତ । ଗୁରୁଜନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ବେବେ । ଅଧିକାଂଶ ସମୟ ଘର ସାହସଜ୍ଜା କମ୍ବା ମରାମତିରେ ସମୟ ଅତିବାହିତ କରିବେ । ପାରିବାରିକ ସମସ୍ୟା ସମାଧାନରେ ଟାଳଟୁଳ ନୀତି ଗ୍ରହଣ କରି ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ ।
ଧନୁ : ସକାଳୁ କୌଣସି ଶୁଭ ଖବର ମନକୁ ଖୁସି କରିବ । ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ । ବନ୍ଧୁଙ୍କ ସାହାଯ୍ୟ ଲାଭକରି କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି ।
ମକର : ଖର୍ଚ୍ଚ ବଢିଯିବା ହେତୁ ମାନସିକ ସ୍ଥିତି ବିଗିଡି ଯାଇପାରେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଅତି ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ । ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ ।
କୁମ୍ଭ : ପାରିବାରିକ ଜୀବନକୁ ଅଶାନ୍ତ କରିପାରନ୍ତି । ଅଧସ୍ଥନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହେବେ । କର୍ମକ୍ଷେତ୍ରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିପାରେ । ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ଚିନ୍ତିତ ରହି ପାରନ୍ତି ।
ମୀନ : କର୍ମକ୍ଷେତ୍ର, ପରିବାର, ଯାନ ବାହାନ, ବନ୍ଧୁ ସମ୍ପର୍କ ଦୃଢୀଭୂତ ହେବ । ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ତ ହେବେ । ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କଲେ ବିନା କାରଣରେ କଳହକୁ ନିମନ୍ତ୍ରଣ କରିପାରନ୍ତି ସହକର୍ମୀଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବାର ସୂଚନା ରହିଛି ।

