ରାଶିଫଳ

ଅଗଷ୍ଟ ୦୫ ତାରିଖ, ଶନିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Spread the love

ମେଷ – ଅଯଥା ବ୍ୟୟ ଯୋଗ ରହିଛି। ଯାହା ଫଳରେ ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ମଧ୍ୟ ରହିଛି। ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଏକାସାଙ୍ଗରେ ଅନେକ କାର୍ଯ୍ୟ ଚାପ ଆସିପାରେ। ଏହି କାରଣରୁ, ଉତ୍ତେଜନା ପରିସ୍ଥିତି ରହିବ।

ବୃଷ – ଆଜି ଦିନଟିରେ ଅଧିକ ଦାନ ଉପାର୍ଜନର ସମ୍ଭାବନା ରହିଛି। ଆଶା ଠାରୁ ଅଧିକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ଚାଷ ଭଲ ହେବ।ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ।

ମିଥୁନ – କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ। ବ୍ୟାଙ୍କରୁ ଋଣ ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଆଜି ସମାଧାନ ହୋଇପାରିବ। ଅଟକି ରହିଥିବା ଟଙ୍କା ମଧ୍ୟ ଫେରି ଆସିପାରେ।

କର୍କଟ – ଧନ କ୍ଷୟ ହେବ। ନିଜକୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବେ। ଅହଙ୍କାର ନିୟନ୍ତ୍ରଣରେ ରଖିବା ଆବଶ୍ୟକ, ଅନ୍ୟଥା ଅପ୍ରତ୍ୟାଶିତ କିଛି ହୋଇପାରେ। ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇପାରେ। ମାନସିକ ତିକ୍ତତା ଦେଖାଦେବ ।

ସିଂହ – ଆଜି ଦିନଟିରେ ଶାରୀରିକ ଓ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ। ଆପଣ ନିଜ ସାଥୀଙ୍କ ସହିତଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରି ପାରନ୍ତି ସମ୍ପର୍କରେ ଗଭୀରତା ରହିବ। ଛାତ୍ର ଛାତ୍ରୀମାନେ ମନସ୍ତାପ କରିବେ।

କନ୍ୟା – ବନ୍ଧୁମାନଙ୍କ ସହ ଆଜି କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ। ଯଦି ଆପଣ ଅବିବାହିତ, ବିବାହ ପାଇଁ ପ୍ରସ୍ତାବ ଆସିବ। ପାରିବାରିକ ସମ୍ପର୍କ ଦୃଢ଼ ହେବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ପାଠରେ ଅଧିକ ମନୋନିବେଶ କରିବେ।

ତୁଳା – ଆଜି ଦିନଟିରେ ଆପଣ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ।ପରିବାର ସାମ୍ନାରେ ଏକ ଭିନ୍ନ ପରିଚୟ ସୃଷ୍ଟି ହେବ, ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ।

ବିଛା – ଯେ କୌଣସି କାର୍ଯ୍ୟ କରିବା ଆଗରୁ ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ। ଯେଉଁଥିପାଇଁ ଆପଣ କର୍ମ କ୍ଷେତ୍ର ରେ ବହୁତ ସାହାଯ୍ୟ ପାଇବେ। ପାରିବାରିକ ଜୀବନରେ ମିଶ୍ର ଫଳ ମିଳିବ। ବିଦ୍ୟାର୍ଥୀମାନେ ଉପକୃତ ହେବେ।

ଧନୁ – ଆଜି ଆପଣଙ୍କ ଘାତ ଚନ୍ଦ୍ର ଯୋଗୁ ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇ ପାରେ। ସାବଧାନତାର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ। ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ।

ମକର – ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ। କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ। ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ। କାରଣ ଆପଣଙ୍କ ମଧ୍ୟରୁ କେହି ଏଥିରେ ଅସୁବିଧା ସୃଷ୍ଟି କରିବାକୁ ବହୁତ ଚେଷ୍ଟା କରିବେ।

କୁମ୍ଭ ରାଶି – ଅଧିକ ପରିଶ୍ରମରେ ଦିନଟି ଅତିବାହିତ ହେବ।ଦିନରେ ଅସ୍ଥିରତା ଅନୁଭବ ହୋଇପାରେ। ଦିନଟି ଆପଣଙ୍କ ପାଇଁ ଉତ୍ତେଦନାପୂର୍ଣ୍ଣ ରହିବ। କିନ୍ତୁ ଅପରାହ୍ନ ସୁଦ୍ଧା ଏଥିରେ ଏକ ପରିବର୍ତ୍ତନ ଦେଖାଯିବ ।

ମୀନ – ଆଜି ଆପଣଙ୍କ ରାଶିରେ ଶ୍ରୀ ଚନ୍ଦ୍ର। ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଢ଼ ଇଚ୍ଛାଶକ୍ତି ସହିତ, ଆପଣ ଏହାକୁ ପରାସ୍ତ କରିପାରିବେ। ପରିବାରରରେ ଅନ୍ୟ ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିପାରେ। ବ୍ୟବସାୟରେ ଉନ୍ନତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।

Leave a Reply

Your email address will not be published. Required fields are marked *