ରାଜ୍ୟ

ବ୍ରହ୍ମପୁରରେ ବନ୍ଦେ ଭାରତ ଟ୍ରେନ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

Spread the love

ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବ୍ରହ୍ମପୁର ଗସ୍ତ । ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରେ ବନ୍ଦେ ଭାରତ ଟ୍ରେନ୍‌ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପରେ ଉକ୍ତ ଟ୍ରେନ୍‌ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ରବିବାର ବ୍ରହ୍ମୁପର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ପ୍ରବେଶ ଦ୍ୱାରାରେ ଥିବା ଖୋଲା ପଡ଼ିଆରେ ମୁଖ୍ୟମନ୍ତ୍ରୀ ରବିବାର ସକାଳ ୯ଟାରେ ଜନସଭାକୁ ସମ୍ବୋଧିତ କରିବେ । ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ଆଭାସୀରେ ବନ୍ଦେ ଭାରତ ଟ୍ରେନ୍‌ର ଉଦ୍‌ଘାଟନ କରିବେ । ସେଥିରେ ଯୋଗ ଦେବା ସହ ଉକ୍ତ ଟ୍ରେନ୍‌ରେ ଭୁବନେଶ୍ୱର ‌ଫେରିବେ । ସେଥିପାଇଁ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି । ୧୪ ଓ ୧୫ ତାରିଖ ଦୁଇ ଦିନ ମହାନଗର ନିଗମ କାର୍ଯ୍ୟାଳୟ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ନିଗମ କର୍ତ୍ତୃପକ୍ଷ । ଏନେଇ ବିଏମ୍‌ସି କମିଶନର୍‌ ନିର୍ଦ୍ଦେଶ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *