ଦେଶ ବିଦେଶ

ମହାକୁମ୍ଭରେ ବୁଡ଼ ପକାଇଲେ ଅମିତ ଶାହ

Spread the love

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ସଙ୍ଗମ ଘାଟରେ ବୁଡ଼ ପକାଇବା ପରେ ଶାହ ସାଧୁସନ୍ଥଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।ପ୍ରୟାଗରାଜରେ ପହଞ୍ଚିବା ପରେ ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ କ୍ୟାବିନେଟର ମନ୍ତ୍ରୀମାନେ ଜୋରଦାର୍ ସ୍ୱାଗତ କରିଥିଲେ ।ମହାକୁମ୍ଭକୁ ‘ସନାତନ ସଂସ୍କୃତିର ନିଆରା ପ୍ରତୀକ’ ବୋଲି କହି ଶାହ ନିଜ ଅଫିସିଆଲ୍ ‘X’ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଲେଖିଛନ୍ତି । ଏଥିରେ ସେ କହିଛନ୍ତି, ‘କୁମ୍ଭ ସନାତନ ଧର୍ମର ଜୀବନ ଦର୍ଶନକୁ ପ୍ରଦର୍ଶିତ କରିଥାଏ । ଏହା ସଦଭାବରେ ନିହିତ’ ।

Leave a Reply

Your email address will not be published. Required fields are marked *