ପୁନେରେ ଚିନ୍ତା ବଢ଼ାଉଛି ଗୁଇଲେନ- ବେରି ସିଣ୍ଡ୍ରୋମ, ଜିବିଏସ୍ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଆଶଙ୍କା
ପୁନେରେ ଚିନ୍ତା ବଢ଼ାଉଛି ଗୁଇଲେନ- ବେରି ସିଣ୍ଡ୍ରୋମ (ଜିବିଏସ୍) ବୃଦ୍ଧି ମାମଲା । ଏପରି ପରିସ୍ଥିତିରେ ଜିବିଏସ୍ କାରଣରୁ ମହାରାଷ୍ଟ୍ରରେ ପ୍ରଥମ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ଏନେଇ ଏକ ବିବୃତ୍ତି ଜାରି କରି କହିଛି ଯେ, ସୋଲାପୁରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କର ଜିବିଏସ୍ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତକ ଜଣକ ସୋଲାପୁରର ଜଣେ ବାସିନ୍ଦା ହୋଇଥିଲାବେଳେ କିଛି ଦିନ ପୂର୍ବରୁ ସେ କୌଣସି କାମ ପାଇଁ ପୁନେ ଯାଇଥିଲେ । ତେଣୁ ସେ ପୁନେରୁ ହିଁ ଜିବିଏସ୍ର ଶିକାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ତଥାପି, ଏପର୍ଯ୍ୟନ୍ତ ଅଧିକାରୀମାନେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

