ଦେଶ ବିଦେଶ

ନାଗପୁରରେ ୨ ଜଣ ଶିଶୁ ଏଚଏମପିଭି ପଜିଟିଭ୍‌ ଚିହ୍ନଟ

Spread the love

ନାଗପୁରରେ ୨ ଜଣ ଶିଶୁ ଏଚଏମପିଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ହୋଇଥିବା ୨ ଶିଶୁଙ୍କ ବୟସ ୭ ଏବଂ ୧୪। ଏଥିସହ ଦେଶରେ ମୋଟ୍‌ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି କର୍ଣ୍ଣାଟକର ବେଙ୍ଗାଲୁରୁରେ ୨, ତାମିଲନାଡ଼ୁର ଚେନ୍ନାଇରେ ୨ ଏବଂ ଗୁଜରାଟର ଅହମଦାବାଦରେ ଜଣେ ଶିଶୁ ଏଚ୍‌ଏମ୍‌ପିଭି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କ‌ରୋନା ଭଳି ସମାନ ଲକ୍ଷଣ ଥିବା ଏହି  ଭୁତାଣୁ ‌ଯୋଗୁଁ ଶ୍ବାସକ୍ରିୟା‌ରେ ସମସ୍ୟା ଉପୁଜିଛି। ଜ୍ବର , ଥଣ୍ଡା, ନାକରୁ ପାଣି ଗଡ଼ିବା ଏବଂ ଗଳା ସଂକ୍ରମଣ ଭଳି ସମସ୍ୟା ଦେଖାଦେଉଛି। ନାଗପୁରରେ ୨ଟି ମାମଲା ଚିହ୍ନଟ ହେବାପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସମ୍ଭାବ୍ୟ ମାମଲା ବଢ଼ିବା ନେଇ ସତର୍କ ନଜର ରଖିଛନ୍ତି। କାଶ, ଜ୍ବର ଏବଂ ଗୁରୁତର ସ୍ବାସକ୍ରିୟାଜନିତ ସମସ୍ୟାରେ ପୀଡ଼ିତ ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାପାଇଁ ସ୍ବାସ୍ଥ୍ୟ ବିଭାଗ କହିଛି। ତେବେ ଲୋକମାନେ ଆତଙ୍କିତ ନହେବାପାଇଁ  ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *