ଦେଶ ବିଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

Spread the love

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ଦୁର୍ନୀତି ମାମଲାରେ ଇସଲାମାବାଦ ଟ୍ରାଏଲ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କୋର୍ଟ ରୋକ୍‌ ଲଗାଇଛନ୍ତି।

ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶୀ ମାନ୍ୟଗଣଙ୍କଠାରୁ ପାଇଥିବା ଦାମୀ ଉପହାରକୁ ବେଆଇନ୍‌ ଭାବେ ଇମ୍ରାନ ଖାନ୍‌ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିବା। ଏଥିରେ ସେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଥିଲେ।

ଏହି ଉପହାର ମଧ୍ୟରେ ଏକ ରାଜ ପରିବାର ଦେଇଥିବା ଘଣ୍ଟା ଅନ୍ତର୍ଭୁକ୍ତ ଥିଲା। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇମ୍ରାନଙ୍କ ସହାୟକମାନେ ଦୁବାଇରେ ଏହାକୁ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *