ବଜାରରେ ମିଳୁଛି ଗୋବର ଡଙ୍ଗା
କାର୍ତ୍ତିକ ପୂର୍ଣ୍ଣିମାରେ ଆଉ ଭାସିବନି କାଗଜ କିମ୍ବା ସୋଲ ଡଙ୍ଗା । ପୋଖରୀ ପ୍ରଦୂଷଣ ନହେବା ପାଇଁ ବଜାରରେ ମିଳୁଛି ଗୋବର ଡଙ୍ଗା ।ଏହାର ବେଶ୍ ଚାହିଦା ଥିବା ବେଳେ ଦାମ୍ ବି ବହୁତ ଶସ୍ତା ।କଳିଙ୍ଗ ଗୋ ସେବା ଧାମ ଏହି ଡଙ୍ଗା ତିଆରି କରୁଛନ୍ତି । ଏହି ହାତ ତିଆରି ଗୋବର ଡ଼ଙ୍ଗା ପରିବେଶ ସୁରକ୍ଷା ଓ ଜଳ ପ୍ରଦୂଷଣକୁ ରୋକିବା ଦିଗରେ ସହାୟକ ହେବ । ଡଙ୍ଗା ତିଆରି କରିବାକୁ ୪ଦିନ ଲାଗୁଛି । ଏହା ପାଣିରେ ଭାସିଲେ ୪ଘଣ୍ଟାରେ ମିଳେଇ ଯିବ । ପାଖାପାଖି ୮୦୦ରୁ ଅଧିକ ଡଙ୍ଗା ତିଆରି କରାଯାଇଛି ଯାହାର ଦାମ୍ ୧୦ ଟଙ୍କା, ୨୦ଟଙ୍କା, ୩୦ଟଙ୍କା ରଖାଯାଇଛି।ଏହାଦ୍ୱାରା ପରିବେଶ ସୁରକ୍ଷା ଓ ଜଳ ପ୍ରଦୂଷଣକୁ ରୋକିବା ଦିଗରେ ସହାୟକ ହେବ ।
