ମହାନଗର

‘ମୋ ବସ୍‌’ରେ ଲାଗିଲା କଟକଣା

Spread the love

ମୋ ବସ୍‌ ଚାଳକଙ୍କ ଯୋଗୁ ଲଗାତାର ଧନଜୀବନ ହାନୀ ହେବା ପରେ ଚେତା ପଶିଛି। ବସ୍‌ ଚାଳକଙ୍କ ପାଇଁ କଟକଣା ଜାରି କରାଯାଇଛି। ସହର ଭିତରେ ମୋ ବସ୍‌ ୪୦ କିମି ପ୍ରତି ଘଣ୍ଟାରୁ ଅଧିକ ବେଗରେ ଚାଲଇ ପାରିବ ନାହିଁ। ସହର ବାହାରେ ଏହାର ବେଗ ୫୦ କିମି ପ୍ରତି ଘଣ୍ଟା ରହିବ। ସବୁ ଗାଡ଼ିରେ ସ୍ପିଡ୍‌ ଗଭର୍ଣ୍ଣର ଲଗାଯାଇ ଗାଡ଼ିର ବେଗ ତର୍ଜମା କରାଯିବ। ଧାର୍ଯ୍ୟ ବେଗରୁ ଅଧିକ ଚାଲିଲେ ଚାଳକଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଚାଳକ ମଦ ପିଇଥିଲେ ଆଦୌ ବରଦାସ୍ତ କରାଯିବନି। କେବଳ ଅଭିଯୋଗ ହେଲେ ନୁହେଁ ବରଂ, ଚାଳକ ଗାଡ଼ି ଚଳାଇବା ବେଳେ ମଦ ପିଇଛନ୍ତି କି ନିୟମିତ ଯାଞ୍ଚ ହେବ। କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Leave a Reply

Your email address will not be published. Required fields are marked *