ରାଜ୍ୟ

ଜୈବିକ ଚାଷ କରିବାକୁ ଅପିଲ୍ କଲେ କୃଷି ମନ୍ତ୍ରୀ I

Spread the love

ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ କୃଷି ମନ୍ତ୍ରୀ। ସେ କହିଛନ୍ତି ଯେ, ସରକାର ଚାହୁଁଛନ୍ତି ସମସ୍ତେ ଜୈବିକ ଚାଷ କରନ୍ତୁ। ରାସାୟନିକ ସାର ପ୍ରୟୋଗ ଦ୍ୱାରା ଅମଳ ବଢୁଛି ତେବେ ଏହା ଭୁଲ। ଏହାର ପ୍ରୟୋଗ ଦ୍ୱାରା ଖାଦ୍ୟଶସ୍ୟ ବୃଦ୍ଧି ହୋଇପାରେ, ଜୈବିକ ଚାଷ ଦ୍ୱାରା ମାଟିର ଉର୍ବରତା ବଢୁଛି। ମାଛ, ଚିକେନ ଓ ଅନ୍ୟ ସାମଗ୍ରୀରେ ରାସାୟନିକ ଖାଦ୍ୟ ବ୍ୟବହାର ଦ୍ୱାରା ମେଦ ବହୁଳତା ସହ କ୍ୟାନ୍ସର କେସ ବୃଦ୍ଧି ପାଉଛି। ତେଣୁ ସମସ୍ତଙ୍କୁ ଅପିଲ କରୁଛି ସମସ୍ତେ ଜୈବିକ ଚାଷ ପଦ୍ଧତିକୁ ଆପଣାନ୍ତୁ।

କୃଷି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଦୁଇଟି ପ୍ରକ୍ରିୟାରେ ଜୈବିକ ଚାଷ କରାଯାଉଛି। ପରମ୍ପରାଗତ ଏବଂ ପ୍ରାକୃତିକ କୃଷି ଜୈବିକ ପଦ୍ଧତିରେ ଚାଷ କରାଯାଉଛି। ପରମ୍ପରାଗତ କୃଷି ଯୋଜନାରେ ୧୦ଟି ଜିଲ୍ଲା ଏବଂ ପ୍ରାକୃତିକ କୃଷି ଯୋଜନାରେ ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟରେ ୨୦୧୮-୧୯ରୁ ଜୈବିକ କୃଷି ପଦ୍ଧତିରେ କୃଷି କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏବେ ଯେଉଁମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି, ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିଦେଶ ପଠାଇବାକୁ ଯୋଜନା କରଯାଉଛି।

 

Leave a Reply

Your email address will not be published. Required fields are marked *