ଆଞ୍ଚଳିକ

ମିଟର ରିଡରଙ୍କୁ ନିର୍ମମ ହତ୍ୟା, ତଦନ୍ତ ଜାରି ରଖିଛି ପୋଲିସ

Spread the love

ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅନ୍ତର୍ଗତ କୁପାଟି ଗାଁରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କୁ ଗାଁ ମଝିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ଗାଲେରୀ ଗ୍ରାମର ମିଟର ରିଡର ଲକ୍ଷ୍ମୀନାରାୟଣ ତ୍ରିପାଠୀ ବୋଲି ଜଣାପଡିଛି ।

ତେବେ ଲକ୍ଷ୍ମୀନାରାୟଣ ସୋମବାର ସକାଳୁ କୁପାଟି ଗାଁକୁ ମିଟର ରିଡିଙ୍ଗ ଆଣିବା ପାଇଁ ଯାଇଥିଲେ । ପରେ ଗାଁ ମଝିରେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁ ମଝିରେ ମୃତ ମିଟର ରିଡରଙ୍କ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ତାରାସିଂଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

ଏହି ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସର ତଦନ୍ତ ପରେ ହତ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ତେବେ କେଉଁ କାରଣକୁ ନେଇ ଗାଁ ମଝିରେ ମିଟର ରିଡରଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

Leave a Reply

Your email address will not be published. Required fields are marked *