ଭାରତୀୟ ବଜାରରେ କମିଲା ସୁନା ଦର
କମିଲା ସୁନା ଦର । ଆଗକୁ ବିବାହ ଋତୁ ଥିବାବେଳେ ସୁନା ଦରରେ ହ୍ରାସ ଘଟିବା ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି । ପୂର୍ବରୁ ଧନତେରସ ଥିବାବେଳେ ସେହି ସମୟରେ ଏହି ଦରବୃଦ୍ଧି ଘଟିଥିଲା । ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୫୬୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୨,୦୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮,୫୬୦ ଟଙ୍କା ହୋଇଛି ।
