ବ୍ୟବସାୟ ଏବଂ ଅର୍ଥନୀତି

କମିଲା ଏଲପିଜି ସିଲିଣ୍ଡର ଦର

Spread the love

ନୂଆବର୍ଷ  ନେଇ ଆସିଛି ଖୁସି ଖବର। ୧ ଜାନୁୟାରି ୨୦୨୫ଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର କମିଛି। ସରକାରୀ ତୈଳ କମ୍ପାନିଗୁଡିକ ବର୍ଷର ପ୍ରଥମ ଦିନରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ କରିଛନ୍ତି।  ତେବେ ଘରୋଇ ସିଲିଣ୍ଡର ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ୍ ୧୮୧୮୧.୫୦ ଟଙ୍କାରୁ ୧୮୦୪ ଟଙ୍କାକୁ ଖସି ଆସିଛି।ସେହିପରି କୋଲକାତାର ମୂଲ୍ୟ ଏହାର ଦର ୧୯୧୧ ଟଙ୍କାକୁ ଖସି ଆସିଛି। ପୂର୍ବରୁ ଏହାର ଦାମ୍ ୧୯୨୭ ଟଙ୍କା ଥିଲା। ମୁମ୍ବାଇରେ ଏହାର ମୂଲ୍ୟ ୧୭୫୬ ଟଙ୍କାକୁ ଖସି ଆସିଛି। ଏହା ଦାମ୍ ପୂର୍ବରୁ  ୧୭୭୧ ଟଙ୍କା ଥିଲା। ଚେନ୍ନାଇରେ ବ୍ୟବସାୟିକ ସିଲିଣ୍ଡର ଦାମ୍ ୧୯୬୬କୁ ଖସିଛି। ପୂର୍ବରୁ ଏହାର ଦାମ୍ ୧୯୮୦.୫୦  ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *