ବର୍ଷକ ମଧ୍ୟରେ ୨୫ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଟିକସଦାତାଙ୍କ ସଂଖ୍ୟା ୧୮୧୨ରୁ ହ୍ରାସ ପାଇ ୧୭୯୮ ହୋଇଛି। ସେହିପରି ୧୦ କୋଟି ଟଙ୍କାରୁ ଅଧିକ ବେତନ ପାଉଥିବା ଟିକସଦାତାଙ୍କ ସଂଖ୍ୟା ମଧ୍ୟ ୧୬୫୬ରୁ ୧୫୭୭କୁ ହ୍ରାସ ପାଇଛି। ଦେଶରେ ରିଟର୍ଣ୍ଣ ଫାଇଲ୍‌ କରିଥିବା ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ଟିକସଦାତାଙ୍କ ଆୟ ହାରାହାରି ଭାବେ ୫.୫-୯.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ସେହିପରି ପ୍ରତି ୫ରୁ ଜଣଙ୍କ ଆୟ ୨.୫-୩.୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ମୋଟ ଟିକସଦାତାଙ୍କ ମଧ୍ୟରେ ୫.୫-୯.୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ଟିକସଦାତାଙ୍କ ଭାଗ ୨୫ ପ୍ରତିଶତରୁ ଅଧିକ ରହିଛି। ୧୦-୧୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ଟିକସଦାତାଙ୍କ ଭାଗ ୧୨ ପ୍ରତିାତ ରହିଛି।