ବ୍ୟବସାୟ ଏବଂ ଅର୍ଥନୀତି

ଭାରତରେ ଲଞ୍ଚ ହେଲା Suzukiର ନୂଆ ସ୍ପୋର୍ଟ ବାଇକ

Spread the love

ନୂଆ ସ୍ପୋର୍ଟ ବାଇକ୍ GSX-8Rକୁ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାର ଦାମ ୯.୨୫ ଲକ୍ଷ ଟଙ୍କା ରଖିଛି, ଯାହା ତିନୋଟି ଭିନ୍ନ କଲର ଅପ୍ସନରେ ଉପଲବ୍ଧ । ଏହି ବାଇକ୍ riumph Daytona 660, Aprilia RS 660 ଏବଂ Kawasaki Ninja 650 ପରି ବାଇକ୍ କୁ ଟକ୍କର ଦେବ ।

GSX-8R ରେ ୭୭୬cc ପାରାଲାଲ-ଟୁଇନ ଇଞ୍ଜିନ୍ ଲଗାଯାଇଛି, ଯାହା ୮୨hp ପାୱାର ଏବଂ ୭୮Nm ଟର୍କ ଜେନେରେଟ କରିଥାଏ । ଏହି ଇଞ୍ଜିନ୍ GSX-8R ରେ ଏକ ଭିନ୍ନ ଟ୍ୟୁନିଂରେ ସେଟ କରାଯାଇଛି । ବାଇକରେ ଷ୍ଟାଣ୍ଡାର୍ଡ ଭାବରେ ଏକ ୬ ସ୍ପିଡ୍ ଗିଅରବକ୍ସ ଏବଂ ବାଇ- ଡାଇରେକ୍ସନାଲ କ୍ୱିକ୍ ସିଫ୍ଟର ରହିଛି |

ନୂଆ GSX-8R ବାଇକର ଲାଟେଷ୍ଟ ଡିଜାଇନରେ କମ୍ପାକ୍ଟ ଏଲଇଡି ହେଡଲାଇଟ୍ ଏବଂ ଏୟାର ଇନଟେକ୍ସ ରହିଛି । ଏଥିରେ ରାଇଡ୍-ବାଇ-ୱାୟର ଥ୍ରୋଟଲ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ଏକାଧିକ ରାଇଡ୍ ମୋଡସ ଏବଂ ଏବିଏସ୍ ଭଳି ଫିଚର ରହିଛି । ବ୍ରେକିଂ ପାଇଁ ଏହାକୁ ଡୁଆଲ୍ ୩୧୦ ମିମି ଫ୍ରଣ୍ଟ ଡିସ୍କ ଏବଂ ୨୪୦ ମିମି ରିୟର ଡିସ୍କ ଯୋଗାଇ ଦିଆଯାଇଛି ।ଏଥିରେ ୧୪ ଲିଟର ଫ୍ୟୁଲ ଟ୍ୟାଙ୍କ ଏବଂ ୨୦୫ କିଲୋଗ୍ରାମର କର୍ଭ ୱେଟ ଅଛି |

Leave a Reply

Your email address will not be published. Required fields are marked *