ରାଜ୍ୟ

୨୦୨୫ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା

Spread the love

ଘୋଷଣା ହେଲା ୨୦୨୫ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ତାରିଖ ।  ଏଥର ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।  ଦୁଇଟି ପର୍ୟ୍ୟାୟରେ ହେବ ଯୁକ୍ତ ଦୁଇ ପରୀକ୍ଷା ।  ଏନେଇ ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ।

ସୂଚନା ଅନୁସାରେ ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୬ ତାରିଖରୁ ଡିସେମ୍ବର ୩୦ ଯାଏଁ ହେବ ।  ପରେ ୨୦୨୫ ଜାନୁଆରୀ ୨ ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।  ତା ପରେ ମେନ ଏକଜାମ ବା ମୁଖ୍ୟ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *