ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା , ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ
ରାବଣ ପୋଡ଼ିରେ ହେବନି ବାଣ ପ୍ରତିଯୋଗିତା ।ବାଣ ପ୍ରତିଯୋଗିତା ବନ୍ଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ପରିବେଶ ଅନୁକୁଳ ରଙ୍ଗୀନ ବାଣ ବ୍ୟବହାର ହେବ। ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ତଳ ବାଲିଯାତ୍ରା ପଡ଼ିଆରେ ସବୁ ବ୍ୟବସ୍ଥା କରାଯିବ । ୧୦ ତାରିଖ ସୁଦ୍ଧା ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ପାର୍ବଣରେ ତଥା ଭସାଣି ବେଳେ ଡିଜେ ବଜାଇବାକୁ ଅନୁମତି ଦିଆଯିବ । ହେଲେ ଏହା ଯେପରି ଅନ୍ୟକୁ କ୍ଷତି ନପହଞ୍ଚାଏ ସେନେଇ ଏହା ୬୫ ଡେସିବେଲ ଭିତରେ ରହିବ ।

