ଝାରସୁଗୁଡ଼ାରେ ପହଞ୍ଚିଲେ ଜେପି ନଡ୍ଡା; ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ବିପୁଳ ସମ୍ୱର୍ଦ୍ଧନା
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଓଡିଶା ପ୍ରଭାରୀ ଡି ପୂରନ୍ଦେଶ୍ୱରୀ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ନଡ୍ଡା ବିମାନବନ୍ଦରରୁ ବାହାରି ବେହେରାମାଲ କିଷାନ ଛକ ପହଞ୍ଚିଲା ପରେ ଦଳୀୟକର୍ମୀ ସମ୍ବର୍ଦ୍ଧନା ଦେଇଥିଲେ। ପରେ ଝାରସୁଗୁଡ଼ା ବିଜେପି ନୂଆ କାର୍ଯ୍ୟାଳୟକୁ ଯାଇ ଅଫିସ ଉଦଘାଟନ କରିବା ସହ ନୂଆ ଭବନର ବୈଠକ ଅନୁଷ୍ଠିତ ହୋଇଛି। ବରଗଡ଼ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି ଜେପି ନଡ୍ଡା।
