ରାଜ୍ୟ

୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ

Spread the love

ରଘୁନାଥପୁର ପାଖରେ ୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି | ମୃତ ନାବାଳିକା ୧୩ ବର୍ଷର ମୁନି ଜୁଆଡି| ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ କମିସନରେଟ ପୁଲିସ ଏସିପି ରମେଶ ଚନ୍ଦ୍ର ବିଶୋଇ, ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ର ପୁଲିସ ବଳ ସହ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଛି। ଗମନାଗମନ ସ୍ୱଭାବିକ ହୋଇଛି।

Leave a Reply

Your email address will not be published. Required fields are marked *