ରାଜ୍ୟ

ବାତ୍ୟା ପୂର୍ବରୁ ପରିବା ବଜାରରେ ଝଡ

Spread the love

‘ଦାନା’ ପାଇଁ ବଜାରରେ ନିଆଁ ।  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପରିବା ଦରରେ ବୃଦ୍ଧି । ଏବେଠୁ ଆକାଶ ଛୁଇଁଲାଣି ଦର ଦାମ । ଆରମ୍ଭ ହୋଇଗଲାଣି କଳାବଜାରୀ । ସରକାରଙ୍କ କଥାକୁ ଖାତିର ନକରି ଚଢା ଦରରେ ପରିବା ବିକ୍ରି କରୁଛନ୍ତି ବେପାରି । ଆଉ ବାତ୍ୟା ପୂର୍ବରୁ ଘରେ ସବୁ ଜିନିଷ ସାଇତି ରଖିବାକୁ ବଜାରରେ ନାହିଁ ନଥିବା ଭିଡ ଜମାଉଛନ୍ତି ରାଜଧାନୀବାସୀ ।   ବାତ୍ୟା ଖବର ଆସିବା ପରେ ସାଧାରଣ ଲୋକଙ୍କ ଆତୁରତାର ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ ।

ଗତକାଲି ଭୁବନେଶ୍ୱରରେ ଆଳୁ କିଲୋ ପିଛା ଥିଲା ୩୨, ଆଜି ପହଞ୍ଚିଛି ୪୦ରେ ।  ପିଆଜ ୬୦ରୁ ପହଞ୍ଚିଲାଣି ୭୦ରେ । ସେହିପରି କଟକ ଛତ୍ରବଜାରରେଉଚ୍ଚ ରହିଛି ଆଳୁ ଓ ପିଆଜ ଦର । ଆଳୁ କିଲୋ ୪୦ ରୁ ୫୦ ଓ ପିଆଜ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି । ବାତ୍ୟା ପାଇଁ ହାଟରେ ଗ୍ରାହକ ହାଉଜାଉ। କିଏ ବ୍ୟାଗ ଭର୍ତ୍ତି ପରିବା କିଣି ନେଲାଣି ତ ଆଉ କିଏ ଆଳୁ-ପିଆଜ କିଣୁଛି। ରାସନ ଦୋକାନରେ ଚୁଡା, ଚାଉଳ, ଡାଲି, ତେଲ ସମେତ ଅନ୍ୟ ରୋଷେଇ ସାମଗ୍ରୀ କିଣିବା ପାଇଁ ଲାଗିଛି ଲୋକଙ୍କ ଭିଡ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *