ନାହିଁ ଧମକ କି ନାହିଁ କଣ୍ଠରୋଧ
‘ପୂର୍ବ ସରକାରଙ୍କ ଅମଳରେ ଗଣମାଧ୍ୟମର କଣ୍ଠରୋଧ ହୋଇଥିଲା’
କିଛି ଗଣମାଧ୍ୟମ ସାଜିଥିଲେ HIS MASTERS VOICE। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପୁର୍ବ ସରକାରଙ୍କ ଅମଳରେ ଗଣମାଧ୍ୟମର କଣ୍ଠରୋଧ ହୋଇଥିଲା। କିଛି ଗଣମାଧ୍ୟମ ପୂର୍ବ ସରକାରଙ୍କ HIS MASTERS VOICE ଥିଲେ। ଯିଏ HIS MASTERS VOICE ଅର୍ଥାତ HMV ହେଲେନି ସେମାନଙ୍କୁ କୌଣସି ସରକାରୀ ବିଜ୍ଞାପନ ନଦେବାକୁ ଅଘୋଷିତ ନିର୍ଦ୍ଦେଶ ଥିଲା। ହେଲେ ଏବେ ସେମିତି ହେବନି। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଏବେ ଲୋକଙ୍କ ସରକାର, ଧମକ ନାହିଁ କି କଣ୍ଠରୋଧ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

