ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର
ଅତି ଗୁରୁତ୍ବପୂର୍ଣ୍ଣ ପରିବା ‘ଆଳୁ’ ସଂକଟର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।
ଶ୍ରୀ ସିଂହଦେଓ ଙ୍କ ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆସିବ। ହାଇବ୍ରିଡ଼ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି। ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ଅନେକ ଲୋକ ଆବେଦନ ବି କରିଛନ୍ତି। ନୂଆ ଟେକ୍ନୋଲୋଜି ଭିନ୍ନଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବା କିଭଳି ରଖାଯାଇ ପାରିବ ସେ ନେଇ ବିଭାଗ ତର୍ଜମା କରୁଛି। ଶୀତଳଭଣ୍ଡାରର ଭଡ଼ା କେମିତି ଅଧିକ ନହେବ ସେ ନେଇ ବି ତର୍ଜମା ହେଉଛି। ଉଦ୍ୟନକୃଷି ନିର୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ କୋଲକାତା ଯାଇଛନ୍ତି। ଏହି ଟିମ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ।

