ରାଜ୍ୟ

ଆକାଶ ଛୁଆଁ ପନିପରିବା ଦର, ଚିନ୍ତାରେ ଖାଉଟି

Spread the love

ହୁତୁ ହୁତୁ ହୋଇ ବଢୁଛି ଦରଦାମ୍ । ବଜାରରେ ଲାଗିଲାଣି ନିଆଁ । ରୋଷେଇ ଘରେ ମହଙ୍ଗା ମାଡ଼ । ଚିନ୍ତାରେ ଖାଉଟି ।କେବେ କମିବ ଦର ତାକୁ ନେଇ ଚିନ୍ତାରେ ରହିଛନ୍ତି ଲୋକେ ।  ନାକେ ଦମ କଲାଣି ଦର ଦାମ ବୃଦ୍ଧି ।  ଟମାଟୋ ୧୦୦ କୁ ଫୁଲ କୋବି ୧୨୦ କଞ୍ଚା ଲଙ୍କା ୮୦ କଖାରୁ ୪୦ ଭେଣ୍ଡି ୪୦ ଝୁଡୁଙ୍ଗ ୬୦ । ଦର ବୃଦ୍ଧି ଯୋଗୁଁ ବଜାରକୁ ଆସିବା କ୍ଷଣି ଖାଉଟିଙ୍କ ପକେଟ ଖାଲି ହୋଇ ଯାଉଛି । ବ୍ୟାଗରେ ପରିବା ଭରୁନଥିବା କହିବା ସହ କଣ ଖାଇବେ କେମିତି ଚଳିବେ ତାକୁ ନେଇ ପ୍ରଶ୍ନ କରିଛନ୍ତି ଜନତା । ତେବେ ନିତ୍ୟ ବ୍ୟବହାର୍ଯ୍ୟ ଟମାଟୋ ଲଙ୍କା ଆଦି ବର୍ତ୍ତମାନ ଏକ ପ୍ରକାର ଖାଇବା ଥାଳିରୁ ଅଦୃଶ୍ୟ ହୋଇଯାଉଥିବା ଦେଖିବାକୁ ମିଳୁଛି ।

ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ପରିବା ଆମଦାନି କମି ଯାଇଥିବା ବେଳେ ଅଧିକ ଷ୍ଟକ ରହିଲେ ଖରାପ ହୋଇ ଯାଉଥିବାରୁ ନିଜର କ୍ଷତି ବଞ୍ଚେଇବା ପାଇଁ ଅଧିକ ଜିନିଷ ମଗାଉ ନାହାନ୍ତି । ଫଳରେ ମାର୍କେଟରେ ସ୍ଟକ ନାହିଁ ଅନ୍ୟ ପଟେ ଆଞ୍ଚଳିକ ଚାଷି ମାନଙ୍କ ପରିବା ମାର୍କେଟକୁ ପହଞ୍ଚି ପାରୁ ନଥିବା ବେଳେ ପଡୋଶି ଛତିଶଗଡରୁ ପରିବା ଆସୁଛି । ଦର ବୃଦ୍ଧି ହେଉଛି ବୋଲି ବେପାରି କହିଥିବା ବେଳେ ଯଦି ଶିଘ୍ର ଏହାର କିଛି ବ୍ୟବସ୍ଥା ନହୁଏ ଦର ଦାମ ଆହୁରି ଆକାଶ ଛୁଇଁବ ବୋଲି କହିଛନ୍ତି ଦୋକାନୀ । ଏନେଇ ଯେତିକି ଚିନ୍ତାରେ ଖାଉଟି ସେତିକି ହିଁ ଚିନ୍ତା ରେ ବିକ୍ରି କୁ ନେଇ ବେପାରି ରହିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *