ରାଜ୍ୟ

ଦୁଷ୍କର୍ମ ମାମଲାକୁ କେନ୍ଦ୍ର କରି ସରପଞ୍ଚଙ୍କ ସ୍ବାମୀ ଓ ଶଶୁରଙ୍କୁ ହତ୍ୟା!

Spread the love

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଏକ ଦୁଷ୍କର୍ମ ମାମଲାକୁ କେନ୍ଦ୍ର କରି ଡବଲ ମର୍ଡର ହୋଇଛି। ପ୍ରାରମ୍ଭିକ ସୂତ୍ରରୁ ଏହା ଜମି ବିବାଦ ବୋଲି ଜଣାପଡ଼ୁଥିବା ବେଳେ ଏକ ପ୍ରେମ ଏବଂ ଦୁଷ୍କର୍ମ ମାମଲା ମଧ୍ୟ ପୁଲିସ ତଦନ୍ତ ପରିସରକୁ ଆସିଛି ।

ସୂଚନାରୁ ପ୍ରକାଶ ଯେ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ସରପଞ୍ଚ ଜେନୀତା ଗମାଙ୍ଗଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଏବଂ ଶଶୁର ସେମେରା ଗମାଙ୍ଗଙ୍କୁ ଗତକାଲି ରାତ୍ରୀରେ ଟାଙ୍ଗିଆ ସାହାଯ୍ୟରେ କିଛି ଲୋକ ଆକ୍ରମଣ କରିଥିଲେ।  ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା। ଉଭୟଙ୍କ ମୃତଦେହ ପଦ୍ମପୁର ଥାନା ପୁଲିସ ହେପାଜତରେ ରହିଥିବା ଜଣାପଡ଼ିଛି । ଅଭିଯୁକ୍ତ ଆତ୍ମସମର୍ପଣ କରିଛି କିମ୍ବା  ଗିରଫ କରାଯାଇଛି ଏନେଇ ପୁଲିସ ‌ସ୍ପଷ୍ଟ କରିନାହିଁ। ପୁଲିସ ଅଭିଯୁକ୍ତକୁ ପଚରାଉଚାରା କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବ‌ୋଲି ପଦ୍ମପୁର ଆଇଆଇସି ଧରଣୀଧର ପ୍ରଧାନ ପ୍ରକାଶ କରିଛନ୍ତି।

ଜମିଜମା ବିବାଦକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା। ମୃତକ ଏବଂ ମୁଖ୍ୟ ଅଭିଯୁକ୍ତ ସଂପର୍କୀୟ ବୋଲି ଜଣାପଡ଼ିଛି। ମୃତକଙ୍କ ସଂପର୍କୀୟ ଏକ ପ୍ରେମ ଏବଂ ଦୁଷ୍କର୍ମ ଘଟଣାରେ ଜଡ଼ିତ। ଏନେଇ ଗ୍ରାମରେ ଏକ ପଞ୍ଚାୟତ ବସିଥିଲା । ସେହି ବୈଠକରେ ସରପଞ୍ଚଙ୍କ ପରିବାର ,ଗ୍ରାମବାସୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ସମାଧାନ ପାଇଁ ଆଲୋଚନା ହୋଇଥିଲା। ସେହି ପଞ୍ଚାୟତ ବୈଠକରେ ସରପଞ୍ଚ ପରିବାର ଅଭିଯୁକ୍ତକୁ ସହଯୋଗ ନକରି ତାଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ଏହାକୁ ନେଇ ଅଭିଯୁକ୍ତଙ୍କ କ୍ରୋଧ ବଢ଼ିଥିଲା  ଏଥିପାଇଁ ଏହି ଅଭାବନୀୟ ଘଟଣା ଘଟିଥିବା ପୁଲିମ ପ୍ରାଥମିକ ତଦନ୍ତ ବେଳେ ତଥ୍ୟ ଆସିଥିବା ଜଣାଯାଇଛି। ହତ୍ୟା ଘଟଣା ପରେ ଗ୍ରାମରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ରାୟଗଡ଼ା ଓ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସବୁ ଦିଗ ଉପରେ ଉପରେ ନଜର ରଖିଛି। ହତ୍ୟାକାଣ୍ଡ ଭିଆଇଥିବା  ଅଭିଯୁକ୍ତ ଏବଂ ସହଯୋଗୀମାନଙ୍କୁ ଧରିବା ପାଇଁ ପୁଲିସ  ପକ୍ଷରୁ ଉଦ୍ୟମ ଜାରି ରହିଛି ।

Leave a Reply

Your email address will not be published. Required fields are marked *