ରାଜ୍ୟ

ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ

Spread the love

ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ । ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀ ମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାଳି ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶରେ ର୍ଦଶନ କରିବା ସହ ମହାପ୍ରସାଦ ସବେନ କରି କାର୍ତ୍ତିକ ପୂର୍ଣ୍ଣିମା ର୍ପଯ୍ୟନ୍ତ ଏହି ବ୍ରତ ପାଳନ କରିବେ।  ସପେଟେ ସରକାରଙ୍କ ତରଫରୁ ପୁରୀରେ ୪ଟି ହବିଷ୍ୟାଳି ଶିବିରରେ ମଧ୍ୟ ମା ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳଞ୍ଚଳ ଶ୍ରୀକ୍ଷେତ୍ର । ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ । ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ। ତେବେ ଶ୍ରୀମନ୍ଦିର ପ୍ରଶାସନର ଏ କଟକଣା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଇଛି । ସେପଟେ ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀ ମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ପଞ୍ଚତୀର୍ଥରେ ସାନ୍ନ କରି ବ୍ରାହ୍ମଣଙ୍କୁ ଗୁଆ ଓ ଛଞ୍ଚା ଟେକି ହବିଷ ଆରମ୍ଭ କରିବେ । ବୃନ୍ଦାବତୀଙ୍କ ନିକଟରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ କରିବେ ପୂଜାର୍ଚ୍ଚନା । ଶ୍ରୀଜଗନ୍ନାଥଙ୍କୁ ଦୀପ ଧୂପ ନୈବେଦ୍ୟ ଦେଇ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଦର୍ଶନ କରିବେ । ଏହି ମାସରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ବାଳଧୂପ ଭୋଗ କରାଯିବ।ଚଳିତ ବର୍ଷ ପଞ୍ଚୁକ ବ୍ରତ ପାଞ୍ଚଦିନ ପରିବର୍ତ୍ତେ ଚାରି ଦିନ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ । ଠିଆକିଆ ବେଶ, ବାଙ୍କଚୁଡା ବେଶ, ଡାଳିକିଆ ବେଶ ହେବ । ଚତୁର୍ଦ୍ଦଶୀ ତିଥି କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହେବନାହିଁ । ପୂର୍ଣ୍ଣମୀ ଦିନ ଶ୍ରୀଜୀଉଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *