ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି
ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଘୁ । ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି ରଘୁ ମହାନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ | ୨୦୧୯ ନିର୍ବାଚନରେ ରଘୁ ମହାନ୍ତି ବିଜେପିରେ ସାମିଲ ହେବା ସହ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ ।

