ରାଜ୍ୟ

ଛତିଶଗଡ଼ରେ IED ବିସ୍ଫୋରଣରେ ୮ ଯବାନ ସହିଦ

Spread the love

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ଧରଣର ନକ୍ସଲ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର। ଆଣ୍ଟି ନକ୍ସଲ ଅପରେସନ ସାରି ଫେରୁଥିବା ବେଳେ ଡିଆରଜି ଯବାନଙ୍କ ଗାଡ଼ିକୁ ଆଇଇଡି ବ୍ଲାଷ୍ଟ କରି ଉଡ଼ାଇ ଦେଇଥିଲେ ମାଓବାଦୀ । ବିସ୍ଫୋରଣରେ ୮ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ସହିଦ ଓ ଜଣେ ଡ୍ରାଇଭର ନିହତ ହୋଇଥିଲେ ।ବିସ୍ପୋରଣ ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ବିଶାଳ ଗାତ ସୃଷ୍ଟି ହେବା ସହ ଗାଡ଼ିଟି ପ୍ରାୟ ୫୦ ଫୁଟ ଉଠିଯାଇ ଥିଲା ।ଯବାନ ମାନେ ନକ୍ସଲବାଦ ବିରୋଧରେ ଜୋରଦାର ଅପରେସନ ଜାରି ରଖିଛନ୍ତି । ଗତ ୨ବର୍ଷରେ ସୁରକ୍ଷାବାହିନୀ ଉପରେ ଏହା ନକ୍ସଲଙ୍କ ବଡ଼ ଆକ୍ରମଣ ।

Leave a Reply

Your email address will not be published. Required fields are marked *