ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଛି ବୋଲି ସୂଚନା ଦେଇଛନ୍ତି – ଖଣି ମନ୍ତ୍ରୀ

ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଜେନା ଉତ୍ତର ରଖି ଏହି ସୂଚନା ଦେଇଛନ୍ତି । ଦେବଗଡ ଜିଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛିବୋଲି ମନ୍ତ୍ରୀ କହିଛନ୍ତି। ଜିଏସଆଇ ଦ୍ୱାରା ତମ୍ବାପଥର ଅନ୍ୱେଷଣ ବେଳେ ସୁନା ସନ୍ଧାନ ମିଳିଛି । ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଏହି ଅଞ୍ଚଳରେ ଜଣାପଡିଛି । ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ ଏବେ କରାଯାଇଛି।
କେନ୍ଦୁଝରର ଗୋପୁର-ଗାଜିପୁର ଅଞ୍ଚଳରେ ସଲେଇକଣା, ମାଙ୍କଡ଼ଚୁଆଁ, ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚିହ୍ନଟ। ମୟୁରଭଞ୍ଜର ରୁଆଁସୀ, ଯଶିପୁର, ସୂରିଆଗୁଡା, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷଣ ଚାଲିଛି। ବାକି , ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼,ବୌଦ୍ଧର କେତେକ ସ୍ଥାନରେ ସୁନା ଖଣି ଥିବାର ସୂଚନା ମିଳିଛି। ତାହାର ସବୁ ଯାଞ୍ଚ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।
