ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି ନୂଆବର୍ଷ ୨୦୨୫କୁ ସ୍ବାଗତର ପ୍ରଥମ ମହୋତ୍ସବ
ନୂଆବର୍ଷ ୨୦୨୫କୁ ସ୍ବାଗତର ପ୍ରଥମ ମହୋତ୍ସବ ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଛି। ରାଜଧାନୀ ଅକ୍ଲାଣ୍ଡରେ ଲୋକେ ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମଧ୍ୟରେ ବିପୁଳ ଉତ୍ସାହର ସହ ଉତ୍ସବ ପାଳନ କରିଛନ୍ତି। ସୂଚନାଯୋଗ୍ୟ, ଭାରତର ୭ ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡ୍ରେ ନୂଆବର୍ଷକୁ ସ୍ବାଗତ କରାଯାଇଥାଏ। ଏଠାରେ ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ଲୋକେ ରାସ୍ତାକୁ ବାହାରି ନୂଆ ବର୍ଷକୁ ଉତ୍ସାହର ସହ ସ୍ବାଗତ କରିଥିଲେ। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଥିବା କିରିବାଟି, ଟଙ୍ଗା ଓ ସାମୋଆ ଭଳି ଦୁର୍ଗମ ଦ୍ୱୀପରେ ମଧ୍ୟ ନ୍ୟୁଜିଲାଣ୍ଡ୍ବାସୀଙ୍କ ଭବ୍ୟ ସ୍ବାଗତ ଓ ଉତ୍ସାହ ଦେଖିବାକୁ ମିଳିଛି। ନୂଆ ବର୍ଷକୁ ସ୍ୱାଗତ କରୁଥିବା ଦେଶମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ୍ ସବା ଆଗରେ ରହିଛି। ନ୍ୟୁଜିଲାଣ୍ଡ୍ ପରେ ଅଷ୍ଟ୍ରେଲିଆ, ଜାପାନ, ଉତ୍ତର ଓ ଦକ୍ଷିଣ କୋରିଆ ନୂଆବର୍ଷକୁ ପ୍ରଥମେ ସ୍ବାଗତ କରିଛନ୍ତି। ଇଣ୍ଡୋନେସିଆ, ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ ଏବଂ ନେପାଳ ମଧ୍ୟ ଭାରତ ପୂର୍ବରୁ ନବବର୍ଷ ପାଳନ କରନ୍ତି।

