ଶସ୍ତା ହେବ ଅଶୋଧିତ ତେଲ
ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ଦ୍ବାରା ତୈଳ ଭିତ୍ତିଭୂମିରେ କୌଣସି କ୍ଷତି ହୋଇନାହିଁ। ତେଣୁ ଖୁବ୍ଶୀଘ୍ର ଅଶୋଧିତ ତୈଳ ଶସ୍ତା ହେବା ଆଶା କରାଯାଉଛି। ବ୍ରେଣ୍ଟ କ୍ରୁଡ୍ ଓ ୟୁଏସ୍ ୱେଷ୍ଟ ଟେକ୍ସାସ୍ ଇଣ୍ଟରମେଡିଏଡ୍ କ୍ରୁଡ୍ର ଦାମ୍ କମ୍ ହେବାର ସମ୍ଭାବନା ରହିଛି। ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଯେହେତୁ ଇସ୍ରାଏଲ୍ ଆକ୍ରମଣ ଦ୍ବାରା ଇରାନର କୌଣସି ବଡ଼ ଧରଣର ହୋଇନାହିଁ, ତେଣୁ ସୋମବାର ବଜାର ଆରମ୍ଭ ହେବା ବେଳକୁ ଅଶୋଧିତ ତୈଳ ଦର ଶସ୍ତା ହେବ ବୋଲି ଆଶା କରାଯାଉଛି।
