ରିଟର୍ଣ୍ଣରେ ସୁନାକୁ ଟପିଯିବ ରୁପା
ନିବେଶକମାନଙ୍କୁ ରିଟର୍ଣ୍ଣ ଦେବାରେ ପାରମ୍ପରିକ ମୂଲ୍ୟବାନ ଧାତୁ ସୁନାକୁ ରୁପା ଏଥର ଅତିକ୍ରମ କରିଯିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।ରୁପା ହେଉଛି ଏଭଳି ଏକ ଧାତୁ ଯାହା ଗହଣା ବଜାରଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ବିଭିନ୍ନ କାମରେ ବ୍ୟବହାର ହେଉଛି। ବିଶେଷ କରି ଇଲେକ୍ଟ୍ରିକ୍ ଯାନ ଓ ସୌର ଶକ୍ତି ପ୍ରକଳ୍ପରେ ରୁପା ଅଧିକ ମାତ୍ରାରେ ବ୍ୟବହାର ହେଉଛି। ଲୋକମାନେ ତାହାକୁ ଗହଣା ଓ ବିଭିନ୍ନ ସାମଗ୍ରୀ ଆକାରରେ ମଧ୍ୟ ବ୍ୟବହାର କରୁଛନ୍ତି।। ୨୦୨୪ରେ ରୁପା ୪୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇସାରିଲାଣି। ଏହାର କେଜି ପିଛା ଦାମ୍ ସର୍ବଭାରତୀୟ ସ୍ତରରେ ଏକ ଲକ୍ଷ ଟଙ୍କା ସ୍ତର ଟପିସାରିଛି। ଆଗାମୀ ଦିନରେ ଏହାର ଦାମ୍ ୧,୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ମୋତିଲାଲ ଓସ୍ବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ ଆକଳନ କରିଛି।

