ଭାରତ

ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ

Spread the love

ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି । ବୟସ୍କଙ୍କ ପାଇଁ ମୋଦିଙ୍କ ବଡ଼ ଘୋଷଣା । ବୟସ୍କଙ୍କ ପାଇଁ ଆୟୁଷ୍ମାନ ସ୍ବାସ୍ଥ୍ୟବୀମା ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ବୟସ୍କଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ସହାୟତା । ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ବି ଶୁଭାରମ୍ଭ ହୋଇଛି । ଏହାସହ ସାରାଦେଶକୁ 12 ହଜାର 850 କୋଟି ଟଙ୍କାର ସ୍ବାସ୍ଥ୍ୟଭେଟି ଦେଇଛନ୍ତି ପିଏମ୍ ।ଜଟଣୀରେ ଯୋଗ ଓ ନେଚରପଥି ଗବେଷଣା ପ୍ରତିଷ୍ଠାନର ଶୁଭାରମ୍ଭ ସହ ବରଗଡ଼ରେ ଜଟିଳ ରୋଗ ନିରାକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି । ସେହିପରି ଗୋଠପାଟଣାରେ କେନ୍ଦ୍ରୀୟ ଡ୍ରଗ୍ସ ଗବେଷଣାଗାରର ଉଦଘାଟନ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚାରି କୋଟି ଲୋକ ଆୟୁଷ୍ମାନ ଯୋଜନାର ଲାଭ ଉଠାଇଛନ୍ତି । ବିଭିନ୍ନ ରୋଗର ଚିକିତ୍ସା ପାଇଁ ସେମାନଙ୍କୁ ମିଳିଛି ସହାୟତା  । ଗରିବ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସମସ୍ୟା ଏକ ବଡ଼ ସମସ୍ୟା  । ଦିନକୁ ଦିନ ଅଧିକ ଲୋକ ଆୟୁଷ୍ମାନ ଯୋଜନାର ଲାଭ ଉଠାଉଛନ୍ତି । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ବ୍ୟବସ୍ଥା  ।

Leave a Reply

Your email address will not be published. Required fields are marked *