୧ ମଇ ୨୦୨୫ରୁ ବଦଳିବ ଏଟିଏମ୍ ନିୟମ
୧ ମଇ ୨୦୨୫ରୁ ବଦଳିବ ଏଟିଏମ୍ ନିୟମ ।ଏଟିଏମ୍ରୁ ଟଙ୍କା ଉଠାଇବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ, ଏଟିଏମ ଫି’ ବୃଦ୍ଧିକୁ ଅନୁମୋଦନ ଦେଇଛି।ଅଲଗା ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ଉଠାଇଲେ, ଷ୍ଟେଟ୍ମେଣ୍ଟ ବାହାର କଲେ କିମ୍ବା ଯାଞ୍ଚ କଲେ ବି ଦେୟ ଦେବାକୁ ପଡ଼ିବ । ଗ୍ରାହକଙ୍କ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଦୁଇ ପ୍ରକାରର ନେଣଦେଣକୁ ପ୍ରଭାବିତ କରିବ।ଆରବିଆଇ ଆର୍ଥିକ ନେଣଦେଣ ପାଇଁ ଫି’ରେ ୨ ଟଙ୍କା ବୃଦ୍ଧିକୁ ମଞ୍ଜୁରି ଦେଇଛି, ଯାହା ପୂର୍ବରୁ ୧୭ ଟଙ୍କା ଥିବା ବେଳେ ଏବେ ୧୯ ଟଙ୍କା ହେବ। ଅନ୍ୟ ଅଣ-ଆର୍ଥିକ ନେଣଦେଣ ଯେପରିକି ବାଲାନ୍ସ ଯାଞ୍ଚ ପାଇଁ ମଧ୍ୟ ୧ ଟଙ୍କା ବୃଦ୍ଧି ହୋଇଛି, ଯାହା ୬ ଟଙ୍କାରୁ ୭ ଟଙ୍କା ହେବ।ମେଟ୍ରୋ ସହରଗୁଡ଼ିକରେ, ଘରୋଇ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କର ଏଟିଏମରୁ ମାଗଣା କାରବାରର ସୀମା ପାଞ୍ଚଥର ଥିବା ବେଳେ, ଅଣ-ମେଟ୍ରୋ ସହରଗୁଡ଼ିକରେ ମାଗଣା କାରବାରର ସୀମା ତିନିଥର ଧାର୍ଯ୍ୟ କରାଯାଇଛି ।

