ମୁଖ୍ୟ ଖବର

ଦୀପାବଳି ପାଇଁ ଚଢା ରେଟ୍

Spread the love

 ଆସୁଛି ଆଲୋକର ପର୍ବ ଦୀପାବଳି ।  ଇତିମଧ୍ୟରେ କିନ୍ତୁ କିଣାକିଣି ସରିଗଲାଣି । ଆଜି ବଜାରରେ ବହୁ ଭିଡ଼ ହୋଇଥିଲା । ଦୋକାନୀ ମଧ୍ୟ ଭଳିକି ଭଳି ସାମଗ୍ରୀର ପସରା ମେଲାଇଛନ୍ତି । ଲୋକେ ପୂଜା ସାମଗ୍ରୀ ସମେତ ଲଷ୍ମୀ, ଗଣେଶଙ୍କ ମାଟି ମୂର୍ତ୍ତି କିଣୁଥିବା ଦେଖାଯାଉଛି ଯାହାର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ସେହିପରି ପୋଷାକ ଓ ଶାଢ଼ି କିଣିବାପାଇଁ ଗହଳି ହେଉଛି । ମହିଳା ବେଶୀ ମୁରୁଜ କିଣୁଥିବା ଦେଖାଯାଉଛି । ଏହି ମୁରୁଜ ପକାଇବା ପାଇଁ ଅନେକ ଛାଞ୍ଚ ମିଳୁଛି ଯାହାକୁ ବ୍ୟବହାର କରି ସହଜରେ ଡିଜାଇନ୍‌ କରିହେଉଛି । ଛାଞ୍ଚର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହେଉଛି । ବାଣକୁ ପସନ୍ଦ କରୁନଥିବା ଲୋକ ଆକାଶଦୀପ ପ୍ରତି ବେଶୀ ମନ ବଳାଉଛନ୍ତି । କିଏ ପ୍ୟାକେଟ୍‌ ପ୍ୟାକେଟ୍‌ ଆକାଶଦୀପ କିଣି ନେଉଛନ୍ତି ତ ଆଉ କିଏ ଗୋଟେ ହିସାବରେ ଆକାଶ ଦୀପ କିଣୁଛନ୍ତି । ଦୀପାବଳିରେ ଆକାଶ ଦୀପର ଚାହିଦା ଏବେ ବହୁତ ଅଧିକ ।

ବ୍ୟବସାୟୀ କାଉଁରିଆ କାଠି ଗୋଟିଏ ୧୦ ଟଙ୍କାରେ ବିକୁଛନ୍ତି । ୩ଟାକୁ ୨୦ ଟଙ୍କା ନେଉଛନ୍ତି । ଗୋଟିଏ ବଡ଼ ଆଖୁର ଦାମ୍‌ ୫୦ ଟଙ୍କା ଏବଂ ଛୋଟ୍‌ ଆଖୁ ୧୦ଟଙ୍କାରେ ବିକ୍ରି ହେଉଛି । ବଜାରରେ ଓଡ଼ିଶାର ଦୀପ ସହ କୋଲକାତାର ୭ ପ୍ରକାରର ଦୀପ ମିଳୁଛି । ଦାମ୍‌ ୭୦ ପଇସାରୁ ନେଇ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଡିଜାଇନ୍‌ ଦୀପର ଦାମ୍‌ ଅଲଗା ରହିଛି । ମହମବତି କିଣିବାକୁ ମଧ୍ୟ ଲୋକ ଭିଡ଼ ଜମାଉଛନ୍ତି । ରଙ୍ଗ ବେରଙ୍ଗର ତଥା ବଡ଼ରୁ ଛୋଟ ମହମବତି, ଟିଲାଇଟ୍‌ କ୍ୟାଣ୍ଡେଲ, ଉଡେନ୍‌ ଲଗ୍‌ ଟି-ଲାଇଟ୍‌ କ୍ୟାଣ୍ଡେଲ, ଜରି ଓ ମୁକ୍ତାରେ ତିଆରି କ୍ୟାଣ୍ଡେଲ, ହାତ ତିଆରି ଆକାଶ ରଙ୍ଗର କ୍ୟାଣ୍ଡେଲ ବିକ୍ରି ହେଉଛି ।

 

Leave a Reply

Your email address will not be published. Required fields are marked *